କାନ୍ତ କବି - ଛବିରାଣୀ ପତି.

 

ଅଠର ଶହ ଆଠାଆସି ରେ ଜନ୍ମିତ

କାନ୍ତକବି ଲକ୍ଷ୍ମୀକାନ୍ତ

ପିତା ଚୌଧୁରୀ ଭାଗବତ ପ୍ରସାଦ

ରାଧାମଣି ଥିଲେ ମାତ ।

ଭଦ୍ରକ ଜିଲ୍ଲାର ତିଗିଡି , ତାଳପଡ଼ା

ଥିଲା ତାଙ୍କ ଜନ୍ମସ୍ଥାନ

ଧନୀ ସମ୍ପ୍ରଦାୟ ଜମିଦାର ସେଯେ

ଥିଲା ଵାପ ଅଜା ନାମ ।


ଜମିଦାରୀ ଗଲା ସୁଖ ଦିନ ଗଲା

ମାଡ଼ିଲା ଅଭାବ ଦଶା

ତଥାପି ହୃଦୟେ ଦେଶପ୍ରିତି ଧାରା

ବାନ୍ଧିଥିଲା ମନେ ବସା ।


କବିତାକୁ କରି ଅସ୍ତ୍ର ଶସ୍ତ୍ର ମାନ

ରଚିଲେ ଅନେକ ଖ୍ୟାତି

ସ୍ୱାଧୀନତା ସଂଗ୍ରାମୀ ସଜାଇ ନିଜକୁ

ସାହିତ୍ୟ ରେ ଗଲେ ବ୍ୟାପି ।


ଏକାଧାରେ କବି , ଗାଳ୍ପିକ,ଲେଖକ

ଔପନ୍ୟାସିକ ସେ ନାଟ୍ୟକାର

ବ୍ୟାଙ୍ଗ ସାହିତ୍ୟରେ ତଥା ଲାଳିକର

ଥିଲେ ପୁଣି ଗୀତିକାର ।


ବନ୍ଦେ ଉତ୍କଳ ଜନନୀ, ଅର୍ଯ୍ୟ ବାହିନୀ

କେ କହିବ ଆଜି ଭାରତ

ତାଙ୍କ ଜାଯୋଲ୍ୟମୟ ସୃଷ୍ଟି ପ୍ରାଣଧାରୁ

ଥିଲା କିଛି ଯ୍ୟୋତିଷ୍କ ।


କାନ୍ତ ସାହିତ୍ୟlୟାନ ପ୍ରଥମ ଦୂତୀୟ

 ତାଙ୍କରି ସୃଷ୍ଟିର ଉର୍ଜା

ବିଜୟ ବନ, ଏ ' ଦେଶ, ଦୁନ୍ଦୁଭି,

ଜାତୀୟ ପତାକା ଅର୍ଯ୍ୟା ।


ନିତ୍ୟାନନ୍ଦ ଆଉ, ଗୌରଚନ୍ଦ୍ର ନାମେ

ଥିଲେ ତାଙ୍କ ଦୁଇ ପୁତ୍ର

ଡଗର ନାମକ ଏକ ପତ୍ରିକା ର 

ଥିଲେ ଜଣେ ପ୍ରତିଷ୍ଟକ ।


ଛବି ରାଣୀ ପତି, ମଧ୍ୟ ଶାସନ

ବିରିଡ଼ି , ଜଗତସିଂହପୁର ।।

ଫୋନ୍ -୯୩୩୭୯୬୦୦୬୦

Post a Comment

0 Comments